Categories: ରାଜ୍ୟ

ମାଗଣାରେ ପାଞ୍ଚଟଙ୍କିଆ ଖାଦ୍ୟ ନ ଦେବାରୁ ମାଡ଼ମାରି ଢାଳିଦେଲେ ଯୁବକ, ଥାନାରେ ଅଭିଯୋଗ

ରଣପୁର, ୨୭।୫(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ସରକାରୀ ଡାକ୍ତରଖାନା ପରିସରରେ ରହିଛି ପାଞ୍ଚଟଙ୍କିଆ ଆହାର କେନ୍ଦ୍ର। ସୋମବାର ଉକ୍ତ କେନ୍ଦ୍ରର କର୍ମଚାରୀମାନେ ଜଣେ ଯୁବକଙ୍କୁ ମାଗଣାରେ ଖାଦ୍ୟ ନ ଦେବାରୁ ସେହି ଯୁବକ ଜଣକ ଗଣ୍ଡଗୋଳ କରି ସମସ୍ତ ଖାଦ୍ୟ ତଳେ ପକାଇ ଦେଇଛନ୍ତିଲ। ସେ ହେଲେ ରଣପୁର ଗୋଡିପାଟଣା ସାହିର ସପନା ସେଠୀ।
ସୂଚନାଯୋଗ୍ୟ, ସପନା ଆହାର କେନ୍ଦ୍ରକୁ ଯାଇ କର୍ମଚାରୀ ତ୍ରିନାଥ ସାହୁଙ୍କୁ ଖାଇବାକୁ ମାଗିଥିଲେ। ଏ ବାବଦକୁ ତ୍ରିନାଥ ତାଙ୍କୁ ୫ ଟଙ୍କା ମାଗିବାରୁ ସେ ଟଙ୍କା ଦେବାକୁ ମନା କରିଥିଲେ। ଏହାକୁ ନେଇ ଉୟୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ସପନା ରାଗିଯାଇ ତ୍ରିନାଥଙ୍କୁ ମାଡ଼ ମାରିବା ସହିତ ଆହାର କେନ୍ଦ୍ରରେ ୨୭୦ ଜଣଙ୍କ ପାଇଁ ଥିବା ଖାଦ୍ୟକୁ ଫୋପାଡିଦେଇ ଚାଲିଯାଇଥିଲେ। ଏ ନେଇ ତ୍ରିନାଥଙ୍କ ସହ ଆହାର କେନ୍ଦ୍ରର ସମସ୍ତ କର୍ମଚାରୀ ରଣପୁର ଥାନାକୁ ଯାଇ ସପନାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ସପନାଙ୍କୁ ଏଯାବତ୍‌ ଗିରଫ କରିନାହିଁ।

Share