Categories: ଫୁରସତ

ମାଗଣା ଖାଦ୍ୟ ପାଇଁ ଡେଟିଂରେ ଯାଆନ୍ତି ଅଧିକାଂଶ ଯୁବତୀ

ବର୍ତ୍ତମାନର ଜୀବନ ଶୈଳୀ ବଦଳିବାରେ ଲାଗିଛି। ଡେଟିଂ, ରୋମାନ୍ସ, ଆଫେୟାର୍ସ ଏବେ ଏହା ସାଧାରଣ କଥା ପାଲଟି ଯାଇଛି। ହେଲେ ପ୍ରତି ୪ ଜଣରେ ଜଣେ ଯୁବତୀ ରୋମାନ୍ସ ବା ଆଫେୟାର୍ସ ପାଇଁ ଡେଟିଂରେ ଯାଆନ୍ତି ନାହିଁ ବରଂ ମାଗଣା ଖାଦ୍ୟ ପାଇଁ ଏମାନେ ଡେଟିଂରେ ଯାଇଥାଆନ୍ତି। ନିକଟରେ କରାଯାଇଥିବା ଏକ ଗବେଷଣା ଏପରି କହିଛି। ଏହାକୁ ‘ଫୁଡି କଲ୍‌’ ବୋଲି କୁହାଯାଉଛି। ଏଥିରେ ଯୁବତୀଟି ଏମିତି ଜଣେ ପୁରୁଷଙ୍କୁ ଡେଟ୍‌ କରନ୍ତି ଯାହାଙ୍କ ସହ ରୋମାନ୍ସ ନୁହେଁ କେବଳ ମାଗଣା ଖାଇବା ମିଳିପାରିବ। କାଲିଫର୍ନିଆ ସ୍ଥିତ ଅଜୁସା ପ୍ୟାସିଫିକ ୟୁନିର୍ଭସିଟି ଓ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆ ମେରେଡର ଗବେଷକମାନେ କହିଛନ୍ତି ଯେଉଁ ଯୁବତୀମାନେ ‘ଡାର୍କ ଟ୍ରାଉଡ’ରେ ଅଧିକ ସ୍କୋର କରିଛନ୍ତି ଓ ପାରମ୍ପରିକ ବ୍ୟବସ୍ଥାକୁ ବ୍ୟକ୍ତ କରିଛନ୍ତି ସେମାନେ ‘ଫୁଡି କଲ୍‌’ ସୁଚୀରେ ସାମିଲ ହୋଇଥାଆନ୍ତି। ଏକ ଅନ୍‌ ଲାଇନ୍‌ ଅଧ୍ୟୟନରୁ ଜଣାପଡିଛି କି ୨୩ରୁ ୩୩ ପ୍ରତିଶତ ଯୁବତୀ ‘ଫୁଡି କଲ୍‌’କୁ ଗ୍ରହଣ କରିଥାଆନ୍ତି। ସମୟ କ୍ରମେ ଏଥିରେ ପରିବର୍ତ୍ତନ ହେବ ବୋଲି ଗବେଷକମାନେ କହିଛନ୍ତି।

Share