ମାଗଣା ଟିକେଟ୍‌ ପାଇଁ ଦଳାଚକଟା: ୧୫ ମୃତ

ଆଣ୍ଟାନାନାରିଭୋ,୨୭।୬: ମାଡାଗାସ୍କରର ମହାମାସିନା ଷ୍ଟାଡିୟମରେ ସ୍ବାଧୀନତା ଦିବସ ପାଳନ ଅବସରରେ ଦଳଚକଟା ହେବାରୁ ଅତି କମ୍‌ରେ ୧୫ ଜଣଙ୍କ ମୃତ୍ୟୁ ହେବା ସହ ୭୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ସ୍ବାଧିନତା ଦିବସରେ ଆୟୋଜିତ ହେବାକୁ ଥିବା ମନୋରଞ୍ଜନ କାର୍ଯ୍ୟକ୍ରମର ମାଗଣା ଟିକେଟ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦଳା ଚକଟା ହେବାରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଏ। ଦଳାଚକଟାରେ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ମାଡାଗାସ୍କର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଇଲିନା ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କର ମାଗଣା ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share