ଖପ୍ରାଖୋଲ, ୩୦ା୩(ଡି.ଏନ.ଏ.): ସାରା ଦେଶରେ ଲକ୍ ଡାଉନ ଥିବାବେଳେ ଦୋକାନ ବଜାର ବନ୍ଦ ରହିଛି । ଏହି ଅବସରରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଓଡିଆପାଲି ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗାଁର ଚାଷୀ ଲକ୍ଡାଉନ ସ୍ଥିତିରେ ୨୪ଘଣ୍ଟା ସେବା ଯୋଗାଉଥିବା ପୋଲିସ୍, ସିଆରପିଏଫ୍ ଓ ଡାକ୍ତରଖାନାକୁ ମାଗଣାରେ ଉତ୍ପାଦିତ ପନିପରିବା ସୋମବାର ବାଣ୍ଟିି ଦେଇଥିଲେ। ଗାଁର କୁନୁ ପଧାନ, ଲୁଇସ୍ ବିଶ୍ୱାଳ, ସର୍ଜନ ସାହୁଙ୍କ ନେତୃତ୍ୱରେ ଚାଷୀଙ୍କଠାରୁ ସଂଗୃହୀତ ପରିବା ଉପରୋକ୍ତ ବିଭାଗ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଲକ୍ଡାଉନ ଥିବା ଯାଏଁ ଗରିବ ଲୋକଙ୍କୁ ବି ମାଗଣାରେ ପନିପରିବା ବାଣ୍ଟିବେ ବୋଲି ଚାଷୀ ଲୁଇସ୍ ବିଶ୍ୱାଳ କହିଛନ୍ତି।