ମାଗାଜିନ୍‌ ପାଇଁ ଫଟୋଶୁଟ୍‌ କଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ହାତରେ ଏବେ ଭଲ ଅଫର ନାହିଁ ବୋଲି ଶୁଣିବାକୁ ମିଳିଛି। ହେଲେ ତାଙ୍କର ଗ୍ଲାମରସ୍‌ ଲୁକ୍‌ ଆଜିବି ଦର୍ଶକଙ୍କୁ କିମିଆ କରେ। ବଲଉଡ୍‌ର ଏହି ଆଗଧାଡିର ନାୟିକା ଏବେ ଏକ ମାଗାଜିନ୍‌ ପାଇଁ ଫଟୋ ଶୁଟ୍‌ କରିଥିବା ଜଣାପଡିଛି। ପିକକ୍‌ ମାଗାଜିନ ପାଇଁ ଫଟୋ ଶୁଟ୍‌ କରିବା ପରେ ସେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯେଉଁଥିରେ ସୋନାକ୍ଷୀଙ୍କ ଗ୍ଲମାରସ ଲୁକ୍‌ ଦେଖିବାକୁ ମିଳିଛି। ଏହାକୁ ଦେଖି ଦର୍ଶକେ କହିଛନ୍ତି ଏବେ ସୋନାକ୍ଷୀ ହଟ୍‌ ଅବତାରକୁ ଆପଣାଇ ସାରିଛନ୍ତି। ଶେଷଥର ପାଇଁ ‘ଦବଙ୍ଗ ୩’ରେ ଦେଖାଦେଇଥିବା ଏହି ନାୟିକାଙ୍କ ଫଟୋ ଶୁଟ୍‌ ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ଆନନ୍ଦ ଦେଇଛି।

Share