Categories: ଜାତୀୟ

ମାଗ୍‌ସେସେ ପୁରସ୍କାର ବିଜେତା ଗିରଫ

ନୂଆଦିଲ୍ଲୀ,୧୮ା୨(ପି.ଟି.): ଉତ୍ତରପ୍ରଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ବିକ୍ଷୋଭରେ ସାମିଲ ହେବାକୁ ଯାଉଥିବା ମାଗ୍‌ସେସେ ପୁରସ୍କାର ବିଜୟୀ ସାମାଜିକ କର୍ମୀ ସନ୍ଦିପ୍‌ ପାଣ୍ଡେଙ୍କୁ ଲକ୍ଷ୍ନୌ ପୋଲିସ ଗିରଫ କରିଛି। ତାଙ୍କୁ ଜିଲା ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯିବା ପରେ ଜାମିନ ମଞ୍ଜୁର କରାଯାଇଛି। ନିଷେଧାଦେଶ ଉଲ୍ଲଂଘନ କରିଥିବାରୁ ଆଇପିସିର ଧାରା ୧୫୧ରେ ତାଙ୍କ ବିରୋଧରେ ଠାକୁରଗଞ୍ଜ ଥାନାରେ ମାମଲା ରୁଜୁ ହୋଇଛି। ସଂଶୋଧିତ ନାଗରିକତ୍ୱ ଆଇନକୁ ବିରୋଧ କରୁଥିବା ସନ୍ଦିପ୍‌ ଓ ଅନ୍ୟ ୯ ଜଣଙ୍କୁ ଲକ୍ଷ୍ନୌ କ୍ଲକ୍‌ ଟାଓ୍ବାର ନିକଟରୁ ପୋଲିସ ଗାଡ଼ିରେ ବସାଇ ନେଇଯାଇଥିଲା। ସେମାନେ ସିଏଏ ବିରୋଧରେ ପତ୍ରିକା ବାଣ୍ଟୁଥିବା ଅଭିଯୋଗ ହୋଇଥିଲା ବୋଲି ପୋଲିସ କହିଛି।

Share