କେନିଆର ବୈଜ୍ଞାନିକମାନେ ଏପରି ଏକ ମାଙ୍କଡର ଜୀବାଶ୍ମ ପାଇଛନ୍ତି। ଯାହାକୁ ଦୁନିଆର ସବୁଠାରୁ ଛୋଟ ମାଙ୍କଡ ବୋଲି କୁହାଯାଉଛି। ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ମାଙ୍କଡର ଜୀବାଶ୍ମ ୪୨ ବର୍ଷର ପୁରୁଣା। ଏହାକୁ ନ୍ୟାନୋପୀରୋକସ୍ ବ୍ରାଉନୀର ନାମ ଦିଆଯାଇଛି। ଏହି ଅନ୍ବେଷଣ କେନିଆର ନେସ୍ନାଲ୍ ମ୍ୟୁଜିୟମ୍, ଡ୍ୟୁକ ଓ ମିସୋରୀ ବିଶ୍ୱବିଦ୍ୟାଳୟ କରିଛନ୍ତି। ଏହି ଛୋଟ ମାଙ୍କଡର ଓଜନ ମାତ୍ର ୧ କିଲୋ। ଏହି ନୂଆ ପ୍ରଜାତିର ମାଙ୍କଡର ଆକାର ବିଶ୍ୱର ସବୁଠାରୁ ପୁରୁଣା ସମୟର ମାଙ୍କଡ ‘ଟୈଲାପୋଇନ୍’ ପରି ଦେଖାଯାଉଛି। ସେତେବେଳେ ଏପରି ମାଙ୍କଡ ଶୁଖିଲା ଘାସ ମଧ୍ୟରେ ରହୁଥିଲେ। ପରିବେଶ ପରିବର୍ତ୍ତନ ଯୋଗୁ ‘ଟୈଲାପୋଇନ୍’ ଓ ନୈନୋପୀଥେକସ୍ ବ୍ରାଉନୀ ପ୍ରଜାତିର ମାଙ୍କଡମାନଙ୍କ ଉପରେ ଏହାର ପ୍ରଭାବ ପଡିଥିଲା। ନୈନୋପୀଥେକସ୍ର ପ୍ରଜାତି କେନିଆର ପର୍ଯ୍ୟାବରଣରେ ବୃଦ୍ଧି ପାଉଥିଲେ। ଏହା ଦ୍ୱିତୀୟ ସବୁଠାରୁ କ୍ଷୁଦ୍ର ପ୍ରଜାତିର ମାଙ୍କଡ ବୋଲି କୁହାଯାଏ। ଏହାର ନାମକରଣ ବୈଜ୍ଞାନିକ ଫ୍ରେନିସିସ୍ ବ୍ରାଉନ୍ଙ୍କର ନାମ ଦ୍ୱାରା କରାଯାଇଥିଲା।