Categories: ଫୁରସତ

ମାଙ୍କଡ଼ଙ୍କ ଦୌରାତ୍ମ୍ୟ: ଗାଁକୁ ବରଯାତ୍ରୀ ନେଇ ଆସିବାକୁ ଭୟ କରୁଛନ୍ତି ବରପକ୍ଷ

ପାଟନା,୨୮।୧: ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଯୋଗୁ ବିହାରର ଏକ ଗାଁରେ ବିବାହ ବୟସ ଗଡ଼ିଯାଉଥିଲେ ମଧ୍ୟ ଯୁବତୀମାନେ ବିବାହ କରିପାରୁ ନାହାଁନ୍ତି। ଗାଁକୁ ବରଯାତ୍ରୀ ନେଇ ଆସିବାକୁ ବରପକ୍ଷ ଭୟ କରୁଛନ୍ତି। ସ୍ଥାନୀୟ ଭୋଜପୁର ଜିଲା ରତନପୁର ଗାଁରେ ଏଭଳି ସମସ୍ୟା ଦେଖାଦେଇଛି। ମାଙ୍କଡ଼ ପଲ ବିଭିନ୍ନ ଉତ୍ସବ ସ୍ଥଳରେ ପହଞ୍ଚି ଡିଆଁଡ଼େଇଁ ଆରମ୍ଭ କରି ଭଙ୍ଗାରୁଜା କରୁଥିବାରୁ ଭୟରେ ଲୋକେ ଗାଁରେ କୌଣସି ଭଲମନ୍ଦ କାର୍ଯ୍ୟକ୍ରମ ଅବା ପର୍ବ ପର୍ବାଣୀ ପାଳନ କରିବାକୁ ଅମଙ୍ଗ ହେଉଛନ୍ତି। ଲୋକେ ଏନେଇ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ମାଙ୍କଡ଼ ସଂଖ୍ୟା ରୋକିବାରେ ପ୍ରଶାସନ ବିଫଳ ରହିଛି। ଫଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ରତନପୁର ଗାଁ କନ୍ୟାଙ୍କୁ ବିବାହ କରିବା ନା ଶୁଣିଲେ ବରପକ୍ଷ ସିଧା ସଳଖ ମନା କରିଦେଉଛନ୍ତି। ଏବେ ଗାଁକୁ ନେଇ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ହେବାରେ ଲାଗିଛି।

Share