ମାଙ୍କଡ଼ ଛଡ଼ାଇନେଲା ଆଡ୍‌ମିଟ୍‌ କାର୍ଡ

କୃଷ୍ଣପ୍ରସାଦ,୫ା୩(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର କନ୍ଦାଖାଇ କଳା ଓ ବିଜ୍ଞାନ ମହାବିଦ୍ୟାଳୟକୁ ଯୁକ୍ତ ୨ ପରୀକ୍ଷା ଦେବାକୁ ଆସିଥିବା ଜଣେ ପରୀକ୍ଷାର୍ଥୀଙ୍କୁ ମାଙ୍କଡ଼ ଆକ୍ରମଣ କରିବା ସହ ତାଙ୍କ ଆଡମିଟ୍‌ କାର୍ଡ ଛଡାଇ ନେଇଛି। ମାଙ୍କଡ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବାବେଳେ ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ସେ ହେଲେ ବଜ୍ରକୋଟ ଗ୍ରାମର ମାମାଲି ନାୟକ।
ପ୍ରକାଶ ଯେ, ମାମାଲି ପରୀକ୍ଷା ଦେବା ପାଇଁ ମହାବିଦ୍ୟାଳୟକୁ ସାଇକେଲରେ ଆସୁଥିବାବେଳେ ରାସ୍ତାରେ ହଠାତ୍‌ ଏକ ମାଙ୍କଡ଼ ତାଙ୍କ ଉପରକୁ ଝାମ୍ପ ଦେବାରୁ ସେ ତଳେ ପଡ଼ିଯାଇଥିଲେ। ଏହାପରେ ଆଡ୍‌ମିଟ୍‌ କାର୍ଡ ଥିବା ପଲିଥିନ୍‌କୁ ଧରି ମାଙ୍କଡ଼ ପଳାଇଥିଲା। ଜଣେ ବ୍ୟକ୍ତି ମାମଲିଙ୍କୁ ଉଦ୍ଧାର କରି ମହାବିଦ୍ୟାଳୟକୁ ପରୀକ୍ଷା ଦେବା ପାଇଁ ନେଇଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ୧୦୮ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଛତ୍ରପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ।

Share