ମା’ଙ୍କୁ ଡରି ପୁଅ ରବିର ମୁହଁ କାହାକୁ ଦେଖାଉନାହାନ୍ତି ଏକତା

ବମ୍ବେ: ସରୋଗେସୀରେ ପୁଅ ହେବାର ଦଶ ମାସ ବିତିଲାଣି। ହେଲେ ତା’ର ମୁହଁ ଦେଖାଉନାହାନ୍ତି ଲୋକପ୍ରିୟ ଟେଲିଭିଜନ ନିର୍ଦ୍ଦେଶିକା ଏକତା କପୁର। ସେ ନିଜ ସୋସିଆଲ ମିଡିଆରେ ପୁଅ ରବି କପୁରଙ୍କ ଅନେକ ଭିଡିଓ ଓ ଫଟୋ ଶେୟାର କରୁଥିଲେ ସୁଦ୍ଧା ମୁହଁ ଦେଖାଉନାହାନ୍ତି। ତେବେ ସେ ଏଭଳି କାହିଁକି କରୁଛନ୍ତି କାରଣ ଜଣାପଡ଼ିଛି। ଏହା ହେଲା ମା’ଙ୍କୁ ଡର।

ଶିଶୁଦିବସ ଅବସରରେ ଏକତା ବାପା ଜିତେନ୍ଦ୍ର ଓ ପୁଅ ରବିଙ୍କ ସହ ଏକ ଭିଡିଓ ଶେୟାର କରିଥିଲେ। ଏଥିରେ ନୀନା ଗୁପ୍ତା କମେଣ୍ଟ ଦେଇ ଏବେ ପୁଅ ମୁହଁ ଦେଖାଇଦିଅ ବୋଲି ଲେଖିଥିଲେ। ଏହାର ଜବାବ ଦେଇଛନ୍ତି ଏକତା। ରବିର ମୁହଁ ଦେଖାଇଲେ ମୋ ମା’ ମୋତେ ଘରୁ ବାହାର କରିଦେବେ ବୋଲି ସେ କହିଛନ୍ତି।

Share