ମା’ଙ୍କୁ ମୁଖାଗ୍ନି ଦେଇ ପୁଣି ଜେଲ ଗଲେ ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ,୧୨।୧: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ରବିବାର ପାଟଣାଗଡ଼ଠାରେ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପୁଣି ଜେଲ ଯାଇଛନ୍ତି। ମା’ଙ୍କୁ ମୁଖାଗ୍ନି ଦେଇ ସେ ବଲାଙ୍ଗୀର ଜେଲଙ୍କୁ ଯାଇଥିବା ସୂଚନା ମିଳିଛି। ମା’ ଇନ୍ଦୁମତୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ପାଟଣାଗଡ଼ ଏଡିଜେଙ୍କ ନିର୍ଦ୍ଦେଶ ବଳରେ ପୁଞ୍ଜିଲାଲ ରବିବାର ଅପରାହ୍ନ ୨ଟାରେ ବଲାଙ୍ଗୀର ଜେଲରୁ ବାହାରି ଥିଲେ। ତାଙ୍କୁ କଡ଼ା ସୁରକ୍ଷାରେ ପାଟଣାଗଡ଼ ରାମପୁରକୁ ନିଆଯାଇଥିଲା। ତେବେ ସେଠାରେ ମା’ଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପରେ ତାଙ୍କୁ ପୁଣି ଜେଲ ପଠାଯାଇଛି।

Share