Categories: ଜାତୀୟ

ମା’ଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଲେ ୧୦ ବର୍ଷର ବାଳକ

ଭୋପାଳ,୨୬।୧: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅଙ୍ଗଦାନକୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଜଣେ ବ୍ରେନ୍‌ ଡେଡ୍‌ ଥିବା ମହିଳାଙ୍କ ୧୦ ବର୍ଷର ପୁଅ ମା’ଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୭ ବର୍ଷ ପୂର୍ବେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିବା ବେଳେ ଏବେ ମା’ଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଛି। ଏହା ଭିତରେ ବି ୧୦ ବର୍ଷ ବାଳକଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି। ୫ମ ଶ୍ରେଶୀରେ ପଢୁଥିବା ମୟଂକ ନାମକ ବାଳକ ଏବେ ତାଙ୍କ ମା’ଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ବସ୍‌ରୁ ଓହ୍ଲାଇବା ସମୟରେ ମୟଂକଙ୍କ ମାଆ ଆଶ ଦେବୀ ଦୁର୍ଘଟଣାର ଶିକର ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଶନିବାର ଡାକ୍ତର ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଥିବା ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବାକୁ କଥା ହୋଇଥିଲେ। ଏସମ୍ପର୍କରେ ଆଶା ଦେବୀଙ୍କ ପୁଅ ମୟଂକଙ୍କୁ ପଚରା ଯିବାରୁ ସେ କହିଥିଲେ ମା’ଙ୍କୁ ପୋଡି ଦେଲେ ସବୁ ନଷ୍ଟ ହୋଇଯିବ। ତେଣୁ ତାଙ୍କର ଅଙ୍ଗଦାନ କଲେ ଅନ୍ୟମାନଙ୍କ ପାଖରେ ସେ ତାଙ୍କ ମା’ଙ୍କୁ ଅନୁଭବ କରିପାରିବେ ବୋଲି କହିଛନ୍ତି। ବୟସରେ ଛୋଟ ହେଲେ ମଧ୍ୟ ମୟଂକଙ୍କ ଚିନ୍ତାଧାରା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।

Share