ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ୍‌

ବଲାଙ୍ଗୀର ଅଫିସ,୧୨।୧: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପରଲୋକ ଘଟିଥିଲା। ପୁଞ୍ଜିଲାଲ ସମ୍ପ୍ରତି ଗିରଫ ହୋଇ ବଲାଙ୍ଗୀର ଜେଲରେ ଥିଲେ। ଇନ୍ଦୁମତୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ପାଟଣାଗଡ଼ ଏଡିଜେଙ୍କ ନିର୍ଦ୍ଦେଶ ବଳରେ ପୁଞ୍ଜିଲାଲ ରବିବାର ଅପରାହ୍ନ ୨ଟାରେ ବଲାଙ୍ଗୀର ଜେଲରୁ ବାହାରିଛନ୍ତି। ତାଙ୍କୁ କଡ଼ା ସୁରକ୍ଷାରେ ପାଟଣାଗଡ଼ ରାମପୁରକୁ ନିଆଯାଇଛି। ପାଟଣାଗଡ଼ରେ ପୁଞ୍ଜିଲାଲ ମା’ଙ୍କ ଅନ୍ତିମ ସଂସ୍କାର କରାଯିବ।

Share