ମା’ଙ୍କ ଆବାହନରେ କୋରାପୁଟ ସହର ଉତ୍ସବମୁଖର

କୋରାପୁଟ,୫।୧୦(ସ୍ବ.ପ୍ର.): ମା’ଦୁର୍ଗାଙ୍କ ଆବାହନରେ ସମଗ୍ର କୋରାପୁଟ ସହର ଉତ୍ସବମୁଖର ହୋଇଉଠିଛି। ଶୁକ୍ରବାର ରାତିରେ ବିଲ୍ବବରଣ ପରେ ମା’ଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇ ଶନିବାର ସପ୍ତମୀ ପୂଜା ଚାଲିଛି। ଚଳିତବର୍ଷ ସହରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ବଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଳୋକମାଳା ପୂଜା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିଛି। ଘରୋଇ ବସମାଲିକ ସଂଘ, ଡିଏନ୍‌କେସ୍ଥିତ ରବିନ୍ଦ୍ର ମଣ୍ଡପ, ଜିଲା ପୋଲିସ ବିଭାଗ, ମଣ୍ଡଳ କାରାଗାର, ଇଣ୍ଡିଆନ ରିଜର୍ଭ ବାଟାଲିଆନ ପରିସର, କୋରାପୁଟ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଥାନୀୟ ହାଟପଦା ମଣ୍ଡପରେ ମା’ଙ୍କ ପୂଜା ଧୂମ୍‌ଧାମରେ ଚାଲିଛି। ମଣ୍ଡପଗୁଡ଼ିକୁ ବୁଲି ଦେଖିବା ପାଇଁ ସହର ସମେତ ଗ୍ରାମାଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି।