ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ରାୟଗଡା ଅଫିସ, ୮।୧୦-ଜେକେ କାଗଜ କାଳ ପକ୍ଷରୁ ଦୁର୍ଗାପୂଜା ପାଳନ କରାଯାଉଛି। ଦଶମୀରେ ମା’ଙ୍କ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ୫ଜଣ ପୁରୋହିତଙ୍କ ଦ୍ୱାରା ପୂଜା କାର୍ଯ୍ୟ କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆସନ୍ତା ୧୧ ତାରିଖରେ କଳସ ବିସର୍ଜନ କରାଯିବ। ସା ପ୍ରାୟ ୭ଟାରେ ରାବଣ ପୋଡି କାର୍ଯ୍ୟକ୍ରମ ରହିଛି।