Categories: ଖେଳ

ମା’ଙ୍କ ମୃତ୍ୟୁବେଳେ ପାଖରେ ନ ଥିଲେ, ଇଦ୍‌ରେ କବର ସ୍ଥାନରେ ଭେଟିଲେ ଏହି କ୍ରିକେଟର

ପାକିସ୍ତାନର ଉଦୀୟମାନ ଖେଳାଳି ନସିମ ଶାହ ନିକଟରେ ନିଜ ମା’ଙ୍କୁ ହରାଇଛନ୍ତି। ୧୬ ବର୍ଷୀୟ ଏହି କ୍ରିକେଟର୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ। ଏହା ପୂର୍ବରୁ ତାଙ୍କ ମା’ଙ୍କୁ ହରାଇଥିଲେ। ଇଦ୍‌ ଅବସରରେ ସେ ମା’ଙ୍କ କବର ସ୍ଥାନ ପାଖକୁ ଯାଇ ତାଙ୍କ ପୁଷ୍ପଗୁଚ୍ଛ ଅର୍ପଣ କରି ଭାବପ୍ରବଣ ହୋଇପଡିଥିଲେ। ସୂଚନାଯୋଗ୍ୟ, ନସିମଙ୍କୁ ପାକିସ୍ତାନ କ୍ରିକେଟର ଜଣେ ଉଦୀୟମାନ ଖେଲାଳି ଭାବେ ବିବେଚିତ କରାଯାଉଛି। ଖୁବ୍‌ କମ୍‌ ବୟସରେ ସେ ଉନ୍ନତ ଖେଳ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଏପର୍ଯ୍ୟନ୍ତ ସେ ପାକିସ୍ତାନ ପକ୍ଷରୁ ୪ଟି ଟେଷ୍ଟ ଖେଳିି ୧୪ଟି ଉଇକେଟ୍‌ ନେଇଛନ୍ତି।

Share