ମା’ଙ୍କ ସହ ଡ୍ୟାନ୍ସ କଲେ ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ୍‌ ଫିଲ୍ମ ‘ଭାରତ’ର ସଫଳତା ପରେ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ପ୍ରତିଦିନ କିଛି ଫଟୋ ହେଉ କିମ୍ବା ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରୁଥିବାର ନଜିର ରହିଛି। ନିକଟରେ ସେ ନିଜ ମା’ ସଲମା ଖାନ୍‌ଙ୍କ ସହ ମସ୍ତିରେ ଡ୍ୟାନ କରୁଥିବାର ଦେଖାଯାଇଛି। ଏହାର ଏକ ଭିଡିଓ ଶେୟାର କରି ଲେଖିଛନ୍ତି, ମା’ ନାଚ ଗୀତ ବନ୍ଦ ପାଇଁ କହୁଛନ୍ତି। ସଲ୍ଲୁ କିନ୍ତୁ ସଲମାଙ୍କୁ ଜବରଦସ୍ତି ଧରି ଡ୍ୟାନ୍ସ କରୁଥିବାର ଭିଡିଓରେ ଦେଖାଯାଇଛି। ସଲମାନ ଏବେ ଦବଙ୍ଗ-୩ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଶୁଟିଂ ଶେଷ ହେବା ପରେ ସେ ‘ଇନ୍‌ସାଆଲ୍ହା’ ଫିଲ୍ମ ପାଇଁ ସାଇନ୍‌ କରିଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିବେ ଆଲିଆ ଭଟ୍ଟ।

Share