Categories: ଖେଳ

ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି: ରୋନାଲ୍ଡୋ

ଜୁଭେଣ୍ଟସ,୪ା୩- ବିଶ୍ୱର ଲୋକପ୍ରିୟ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ତାଙ୍କୁ ମେଡିକାଲରେ ରଖାଯାଇଛି ବୋଲି ପାଞ୍ଚଥର ବାଲୋନ ଡି’ଅର ପୁରସ୍କାରପ୍ରାପ୍ତ ରୋନାଲ୍ଡୋ ଟୁଇଟ୍‌ କରିଛନ୍ତି। ସେ ହୃଦ୍‌ଘାତର ଶିକାର ହୋଇଥିଲେ। ଏହାପରେ ମେଡିକାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ଟୁଇଟ୍‌ କରି ରୋନାଲ୍ଡୋ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ମା’ଙ୍କ ଷ୍ଟ୍ରୋକ୍‌ ସମ୍ପର୍କରେ ଜାଣିବା ପରେ ପର୍ତ୍ତୁଗାଲ ଷ୍ଟାର ମାଡେରାକୁ ଫେରିଆସିଛନ୍ତି। ଏଣୁ ଏସି ମିଲନ ବିପକ୍ଷ ଇଟାଲିଆ କପ୍‌ର ସେମିଫାଇନାଲର ଦ୍ୱିତୀୟ ଲେଗ୍‌ ମ୍ୟାଚ୍‌ ଖେଳିବେ କି ନାହିଁ ସେନେଇ ଅନିଶ୍ଚିତତା ଦେଖାଦେଇଛି। ରୋନାଲ୍ଡୋ ମ୍ୟାଚ୍‌ ପାଇଁ ଫେରିବେ କି ନା, ମୋତେ ଜଣାନାହିଁ। ଏହା ତାଙ୍କ ବ୍ୟକ୍ତିଗତ ସମସ୍ୟା ବୋଲି ଜୁଭେଣ୍ଟସ କୋଚ୍‌ ମାରିଜିଓ ସାରି କହିଛନ୍ତି।

Share