ବେଙ୍ଗାଲୁରୁ,୨୬ା୧୨(ପି.ଟି.): ମାଙ୍ଗାଲୁରୁରେ ସିଏଏ ବିରୋଧୀ ଆନ୍ଦୋଳନ ବେଳେ ପୋଲିସ ଗୁଳିରେ ନିହତ ଦୁଇଜଣ ବିକ୍ଷୋଭକାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଯୋଗାଇଦେବାକୁ କର୍ନାଟକ ସରକାର ଘୋଷଣା କରିଥିଲେ। ଏହି ସହାୟତାକୁ ପ୍ରତ୍ୟାହାର କରିନିଆଯାଇଥିବା ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ବୁଧବାର କହିଛନ୍ତି। ୧୯ ତାରିଖରେ ପୋଲିସ ଗୁଳିରେ ୨ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିଲା। ସେମାନେ ଅପରାଧୀ ହୋଇଥିବାରୁ ସହାୟତା ପ୍ରଦାନ କରାଯିବା ଅକ୍ଷମଣୀୟ ଅପରାଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦକ୍ଷିଣ କନ୍ନଡ ଜିଲାର ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଏହି ନିଷତ୍ତି ନିଆଯାଇଛି।