Categories: ଜାତୀୟ

ମାଙ୍ଗାଲୁରୁ ବିମାନ ବନ୍ଦରରେ ଆଇଇଡି ବ୍ୟାଗ୍‌: ଲୋକେ ଆତଙ୍କିତ

ମାଙ୍ଗାଲୁରୁ,୨୦।୧: ସାଧାରଣତନ୍ତ୍ର ଦିବସରେ ଦେଶରେ ଆତଙ୍କବାଦୀମାନେ ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ମାଙ୍ଗାଲୁରୁ ବିମାନ ବନ୍ଦରରେ ଏକ ଆଇଇଡି ବ୍ୟାଗ୍‌ ମିଳିଛି। ଏନେଇ ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ପରେ ସିଆଇଏସ୍‌ଏଫ୍‌ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ସୂଚନା ଦେଇଥିଲେ। ଏହାକୁ ନିଷ୍କ୍ରିୟ କରାଯାଇଥିବା ପୋଲିସ କମିଶନର ଏଚ୍‌.ଏସ୍‌. ହର୍ଷ ସୂଚନା ଦେଇଛନ୍ତି। ଟିକଟ କାଉଣ୍ଟର ପାଖରେ ସନ୍ଦିଗ୍ଧ ବ୍ୟାଗ୍‌ ରହିଥିବାରୁ ଏନେଇ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଦୁଇଜଣ ଲୋକ ଅଟୋରେ ଆସି ଏପରି କରିଥିବା କେତେକ କହୁଛନ୍ତି। ତେବେ ଏନେଇ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରାଯାଉଥିବା ପୋଲିସ କମିଶନର କହିଛନ୍ତି।

Share