Categories: ଜାତୀୟ

ମାଙ୍ଗାଲୋର ବିମାନବନ୍ଦରରେ ବିସ୍ଫୋରକ ସାମଗ୍ରୀ ରଖିଥିବା ସନ୍ଦିଗ୍ଧଙ୍କ ଆତ୍ମସମର୍ପଣ

ବେଙ୍ଗାଲୁରୁ,୨୨।୧: ମେଙ୍ଗାଲୁରୁ ବିମାନବନ୍ଦରେ ଏକ ବ୍ୟାଗରେ ଆଇଡି ବିସ୍ଫୋରକ ସାମଗ୍ରୀ ରଖିଥିବା ଆଦିତ୍ୟ ରାଓ ବୁଧବାର ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ସୋମବାର ବିମାନବନ୍ଦରରୁ ଏକ ବ୍ୟାଗରେ ବୋମା ଥିବା ଜଣାପଡିବା ପରେ ପୋଲିସ ବୋମା ଉଦ୍ଧାର କରିଥିଲା। ପରେ ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍କେଚ ଜାରି କରିଥିଲା। ତେବେ ପୋଲିସ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଆଦିତ୍ୟ ନିଜଆଡ଼ୁ ବେଙ୍ଗାଲୁରୁ ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ସୂଚନାଯୋଗ୍ୟ, ଆଦିତ୍ୟ ରାଓ (୩୬) ଜଣେ ଇଞ୍ଜିନିୟରିଂ ଏବଂ ଏମବିଏ କରିଛନ୍ତି। ପୂର୍ବରୁ ଅଗଷ୍ଟ ୩୦, ୨୦୧୮ରେ ବେଙ୍ଗାଲୁରୁ ବିମାନବନ୍ଦରରେ ବୋମା ଖଞ୍ଜିବା ମାମଲାରେ ଗିରଫ ହୋଇଥିଲେ। ୬ ମାସ ତଳେ ସେ ଜାମିନରେ ବାହାରିଥିଲେ।

Share