ଆବୁଧାବି,୬।୨:ଅନ୍ତର୍ଜାତୀୟ ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ୍ ହୋଇଛି। ଅନ୍ତର୍ଜାତୀୟ ମେରାଇନ୍ ସ୍ପୋର୍ଟ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଆବୁଧାବିର ହମଦାନ୍ ଅବଦୁଲା ଅଲ୍ଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି। ସେ ୩୦.୮୫ କିଗ୍ରା ଓଜନର ବଡ଼ ମାଛ ଧରି ଥିଲେ। ଏହି ବୃହତ୍ ମାଛ ୩୯ ଲକ୍ଷ ଟଙ୍କାର ନିଲାମ ହୋଇଥିଲା। ସେହିପରି କୁଏତ୍ର ରଶିଦ୍ ଅଲ୍ କ୍ୟୁଏସି ୨୯.୩୩ କିଗ୍ରା ଓଜନର ମାଛ ଧରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ତାରିକ୍ ଅଲ୍ ମନସୈରୀ ୨୯.୧୧ କିଗ୍ରା ମାଛ ଧରି ତୃତୀୟ ସ୍ଥାନରେ ରହିଥିଲେ। ସମସ୍ତ ପ୍ରତିଯୋଗୀଙ୍କ ଦ୍ୱାରା ଧରାଯାଇଥିବା ମାଛକୁ ବିକ୍ରି କରାଯାଇଥିଲା। ଏଥିରୁ ଏକ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା।
Posted inଅନ୍ତର୍ଜାତୀୟ, ଫୁରସତ