Categories: ଫୁରସତ

ମାଛବନ୍ୟା

କଥାଟା ଶୁଣିବାକୁ ବିଚିତ୍ର ଲାଗୁଥାଇପାରେ। ଉପର ମୁଣ୍ଡରେ ବର୍ଷାହେଲେ ନଦୀନାଳରେ ପାଣିପଶେ। ତାହାର ପ୍ରଭାବରେ ବନ୍ୟା ସୃଷ୍ଟିହୁଏ। ବେଳେବେଳେ ସେହି ବନ୍ୟା ପ୍ରଳୟର ରୂପ ଧାରଣ କରେ। ତେବେ ମାଛରେ କେମିତି ବନ୍ୟା ଆସିବ। ହଁ ବେଳେବେଳେ ଆକାଶରୁ ମାଛବର୍ଷା ହୁଏ। ତେବେ ମାଛରେ ବନ୍ୟା ହେବ କେମିତି? ପ୍ରସଙ୍ଗଟି ବିସ୍ମୟକର ମନେହେଉଥିଲେ ବି ସତ୍ୟ। ଏମିତି ଏକ ଘଟଣା ଘଟିଛି ଆମେରିକାର ସାଇନ୍‌କକ୍‌ କେନାଲରେ। ହଠାତ ରାତି ପାହିବା ବେଳକୁ କେନାଲ ଭର୍ତ୍ତି ମାଛ। ଏତେ ମାଛ ଯେ କେନାଲର ପାଣି ଗାଏବ ହୋଇ ଯାଇଥିଲା। କେବଳ ମାଛ ଆଉ ମାଛ। ଶହଶହ ଟନ୍‌ର ମାଛ। ଅବଶ୍ୟ ସେ ସବୁ ଥିଲେ ମଲାମାଛ। ଏହି ଘଟଣା ସେହି ଖଣ୍ଡମଣ୍ଡଳରେ ହୋହଲ୍ଲା ଖେଳେଇ ଦେଇଥିଲା। କାରଣ କାହାରିକୁ କିଛି ଜଣା ନ ଥିଲା। ବିଶେଷଜ୍ଞମାନେ ମତ ଦେଇଥିଲେ ଯେ, ହୁଏତ କୌଣସି କାରଣରୁ ମାଛସବୁ ଏକତ୍ରିତ ହୋଇ କେନାଲ୍‌କୁ ଉଠି ଆସିଛନ୍ତି। ଆଉ ଆସିବା ପରେ ଫେରିନାହାନ୍ତି। କେନାଲ ଜଳରେ ଥିବା ଅମ୍ଳଜାନକୁ ସେମାନେ ପ୍ରଶ୍ୱାସରେ ନେଇ ଶେଷ କରିଦେଇଛନ୍ତି। ଆଉ ଅମ୍ଳଜାନ ଅଭାବରୁ ମାଛଗୁଡ଼ିକର ମୃତ୍ୟୁ ଘଟିଛି।

Share