ମାଛ ଧରା କଣ୍ଟା ଗିଳିଲା ବଉଳା କୁମ୍ଭୀର, ଉଦ୍ଧାର ପରେ କରାଗଲା ଅସ୍ତ୍ରୋପଚାର

ପଦ୍ମପୁର/ବାସୁଦେବପୁର,୧।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସାରଙ୍ଗପୁର ଗ୍ରାମରୁ ଶୁକ୍ରବାର ସକାଳେ ଏକ ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି। ଗ୍ରାମର କିଛି ଯୁବକ କାଂଶବାଂଶ ନଦୀରେ ବନିଶି ପକାଇ ମାଛ ଧରୁଥିବା ବେଳେ କୁମ୍ଭୀରଟି କଣ୍ଟାକୁ ଗିଳି ଅସୁସ୍ଥ ହୋଇପଡ଼ିଥିଲା। ଗ୍ରାମବାସୀମାନେ ଜାଲ ବିଛାଇ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ବନବିଭାଗକୁ ହସ୍ତାନ୍ତର କରିଥିଲେ। ବନବିଭାଗ ପକ୍ଷରୁ କୁମ୍ଭୀରଟିକୁ ବାସୁଦେବପୁର ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରାଯାଇ କୁମ୍ଭୀର ପେଟରୁ କଣ୍ଟାକୁ ବାହାର କରାଯାଇଥିଲା। ତେବେ କୁମ୍ଭୀରଟିର ଲମ୍ବ ୪ ଫୁଟ ହୋଇଥିବା ବେଳେ ଏହାକୁ ମନ୍ତେଇ ନଦୀର ଛଡାଯିବ ବୋଲି ସୂଚନା ମିଳିଛି।