ମାଛ ଧରିବାକୁ ଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମ ଉପରସାହିର ଜଣେ ବ୍ୟକ୍ତି ଶନିବାର ପୂର୍ବାହ୍ନରେ ଘର ନିକଟ ବୈତରଣୀ ଘାଟକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ନିଖୋଜ ବ୍ୟକ୍ତି ହେଉଛନ୍ତି ଉକ୍ତ ଗ୍ରାମର ତ୍ରିଲୋଚନ ନାଏକଙ୍କ ପୁଅ ମୋହନ(୫୫)। ରବିବାର ପୂର୍ବାହ୍ନରେ କେନ୍ଦୁଝର ଓ ପାଟଣା ଅଗ୍ନିଶମ ବାହିନୀ ମିଶି ମୋହନଙ୍କ ମୃତଦେହ ବୈତରଣୀରୁ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ ଏକ ଟ୍ୟୁବ୍‌ ସାହାଯ୍ୟରେ ମାଛ ଧରିବା ପାଇଁ ବୈତରଣୀକୁ ଯାଇ ନିଖୋଜ ହୋଇଯାଇଥିଲେ। ମୋହନ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଥିଲେ। ପାଟଣା ପୋଲିସ ୧୦/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୋହନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।