ମାଛ ଧରୁଥିବା ବେଳେ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ବାହାନଗା, ୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଷଠୀ ଗ୍ରାମର ଜଣେ ଯୁବକ ମାଛ ଧରୁଥିବା ବେଳେ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଷଠୀ ମଙ୍ଗଳାସାହିର ଉପେନ୍ଦ୍ର ମହଲଙ୍କ ପୁଅ ଶୁଭ୍ରଜିତ୍‌(୨୭)।
ସୂଚନାଯୋଗ୍ୟ, ଶୁଭ୍ରଜିତ ସାହି ଯୁବକମାନଙ୍କ ସହ ଗ୍ରାମର ମାତାଜୀ ପୋଖରୀକୁ ମାଛ ଧରିବା ପାଇଁ ଯାଇଥିଲେ। ମାଛ ଧରିବା ସମୟରେ ସେ ଗଭୀର ପାଣିକୁ ଚାଲି ଯାଇଥିଲେ। ତେବେ ସାଥୀ ଯୁବକମାନେ ଉଦ୍ଧାର କରିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ଗ୍ରାମବାସୀଙ୍କ ଜଣାଇଥିଲେ। ଗ୍ରାମବାସୀ ପହଞ୍ଚି ବହୁ ଖୋଜାଖୋଜି ପରେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।