ମାଛ ବିକ୍ରି ଆରମ୍ଭ କଲେ ସ୍ବୟଂ ସହାୟକ ଗୋଷ୍ଠୀ

ଦେବଗଡ,୨୨ା୪(ଡି.ଏନ.ଏ.)-ଲକ୍‌ ଡାଉନ ସମୟରେ ଜୀବନ ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ ା ଏହା ହୃଦୟଙ୍ଗମ କରି ରାଜ୍ୟ ସରକାର କେତେକ କ୍ଷେତ୍ରରେ କରୋନା ପାଇଁ ନିଆଯାଇଥିବା କେତେକ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ା ଏହାକୁ ଆଖି ଆଗରେ ରଖି ଦେବଗଡ଼ ଜିଲାର କେତେକ ସ୍ବୟଂ ସହାୟକ ଗୋଷ୍ଠୀ ମାଛ ବିକ୍ରି କରିବା ଆରମ୍ଭ କରିଛନ୍ତି ା ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସାମିଲ ହୋଇ ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି ା ସେହି ଅର୍ଥ ତାଙ୍କ ପରିବାର ଚଳାଇବାରେ ସହାୟକ ହୋଇଛି ବୋଲି ସେମାନେ କହିଛନ୍ତି ା
ମିଳିଥିବା ସୂଚନା ଅନୁଯାୟୀ, ଜିଲାର ତିଲେଇବଣି ବ୍ଲକ ଅନ୍ତର୍ଗତ ବଡଛାପଲ ଗ୍ରାମପଞ୍ଚାୟତ ତିରିବ୍‌ ଗ୍ରାମର ମା’ସରସ୍ବତୀ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବାରକୋଟ ବ୍ଲକ କାଉଁସିବାହାଲ ଗ୍ରାମପଞ୍ଚାୟତ ସିମିଳିନାଳୀ ଗ୍ରାମର ମା’ ବୀଣାପାଣି ସ୍ବୟଂ ସହାୟକ ଗୋଷ୍ଠୀ ଏହି ସୁଯୋଗର ସଦୁପଯୋଗ କରିଛନ୍ତି ା ସେମାନେ ନିଜ ନିଜ ଗାଁ ବନ୍ଧରେ ମାଛଚାଷ କରିଥିଲେ ା ଏବେ ସେହି ମାଛ ଅମଳ ସମୟ ା ସେମାନେ ସେହି ମାଛକୁ ଧରି ବିକ୍ରି ଆରମ୍ଭ କରିଛନ୍ତି ା ମାଛ ଧରିବା ଏବଂ ବିକ୍ରି କରିବା ସମୟରେ ଗୋଷ୍ଠୀର ସଦସ୍ୟାମାନେ ସାମାଜିକ ଦୂରତା ରକ୍ଷା କରିବା ସହିତ ମୁହଁ ଓ ନାକକୁ ଘୋଡାଇ ରଖି ସରକାରଙ୍କ କରୋନା କଟକଣା ନିୟମକୁ ସମ୍ପୂର୍ଣ୍ଣ ଭାବେ ପାଳନ କରୁଛନ୍ତି ା ରବିବାର ବନ୍ଧହୁଡାରେ ହିଁ ସମସ୍ତେ ମାଛ ବିକ୍ରୟ କରିଥିଲେ ା ମା’ ସରସ୍ବତୀ ସ୍ବୟଂ ସହାୟକ ଗୋଷ୍ଠୀ ୧ କୁଇଣ୍ଟାଲ ୬୦ କେଜି ଏବଂ ମା’ ବୀଣାପାଣି ସ୍ବୟଂ ସହାୟକ ଗୋଷ୍ଠୀ ୭୦ କେଜି ମାଛ ବିକ୍ରୟ କରିଛନ୍ତି ା ସେହିଭଳି ଗତ ଶୁକ୍ରବାର ତିଲେଇବଣି ଗୁଣ୍ଡୁରିପୋଷି ମା’ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ ନିଜ ଗାଁ ବନ୍ଧରୁ ୧କୁଇଣ୍ଟାଲ ମାଛ ଧରି ବିକ୍ରୟ କରିଥିଲେ ା ଲକ୍‌ଡାଉନ ସମୟରେ ସରକାରଙ୍କ ପକ୍ଷରୁ ମାଛ ଚାଷ ଉପରୁ କଟକଣା ହଟାଇ ଦିଆଯାଇଥିବାରୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ବେଶ୍‌ ସକ୍ରିୟ ହୋଇ ଉଠିଛନ୍ତି ା ସେମାନେ ଖୁସିରେ ମାଛ ଧରିବା ସହିତ ବିକ୍ରି କାମ କରୁଥିବା ଜିଲା ମତ୍ସ୍ୟ ଅଧିକାରୀ କହିଛନ୍ତି ା