ମାଛ ବୋଝେଇ ଟ୍ରକକୁ ପିଟିଲା ପିକ୍‌ଅପ୍‌:ମାଛ ବୋହିନେଲେ ଲୋକେ

ସୋର, ୬ା୨(ଡି.ଏନ.ଏ)-ଗୁରୁବାର ଭୋର ସମୟରେ ସୋର ଥାନା ୧୬ ନଂ. ଜାତୀୟ ରାଜପଥ ତଳନଗର ବ୍ରିଜ୍‌ ନିକଟରେ ରାଜପଥ ପାର୍ଶ୍ୱରେ ଏକ ମାଛ ବୋଝେଇ ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ଏକ ଲଙ୍କା ବୋଝେଇ ପିକ୍‌ଅପ୍‌ ପଛରୁ ପିଟି ହୋଇଯାଇଥିଲା। ଫଳରେ ପିକ୍‌ଅପ୍‌ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ମାଛ ବୋହି ନେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଟ୍ରକ୍‌ ଆନ୍ଧ୍ରରୁ ମାଛ ବୋଝେଇ କରି କୋଲକାତା ଅଭିମୁଖେ ଯାଉଥିଲା।