ଗଞ୍ଜାମ,୩ା୫(ଡି.ଏନ୍.ଏ.): କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଦିନ କୁ ଦିନ ଏହାର ସଂଖ୍ୟା ବଢ଼ୁଛି l ଏଥିପାଇଁ ଲକ୍ଡାଉନ୍ ଅବଧି ମଧ୍ୟ ବଢିଛି। ଲୋକ ଭୟଭୀତ ହୋଇ ଘରୁପଦାକୁ ବାହାରୁନାହାନ୍ତି। ବର୍ତ୍ତମାନ ଗଞ୍ଜାମରେ ବି ଦୁଇଜଣ କରୋନା ସଂକ୍ରମିତ ଖବର ପ୍ରକାଶିତ ପରେ ସହରବାସୀଙ୍କ ମନରେ ଛନକା ପଶିଯାଇଛି। ଏହିଭଳି ଦୁଖଃଦ ସମୟରେ ଗଞ୍ଜାମ ସହରରେ ମାଛ ଓ ମାଂସ ଦର ଆକାଶଛୁଆଁ ଥିବା ଜଣାପଡ଼ିଛି । କରୋନା ଖବର ପ୍ରଥମେ ଆସିଲା ବେଳେ ଭୟରେ ଲୋକେ ଖାଉ ନ ଥିଲେ। ବର୍ତ୍ତମାନ କୁକୁଡ଼ା ମାଂସ କିଲୋ ପିଛା ୧୬୦ରୁ ୧୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରୋହି, ଭାକୁର ମାଛ କିଲୋ ପିଛା ୧୭୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି l ଏ ସମ୍ପର୍କରେ ବିଡିଓ ଜ୍ୟୋତିଶଙ୍କର ରାୟ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।