ଫୁଲବାଣୀ ଅଫିସ, ୯ା୧-ନଦୀରେ ବୋମା ଫୁଟାଇ ମାଛ ଧରିବା ଯୁବକଙ୍କ ପାଇଁ କାଳ ହୋଇଛି। ହାତରେ ବୋମା ଫୁଟିଯିବାରୁ ପାପୁଲି ଉଡିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି। ଗୁରୁତର ଯୁବକ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ବିଶିପଡା ମାଝୀ ସାହିର ଜଗନ୍ନାଥ ବେହେରା (୪୦)। ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ଜଗନ୍ନାଥ କେରେଡିର ଜଣେ ବ୍ୟକ୍ତିଙ୍କ ସହ ବାଇକ୍ରେ ନାରାୟଣୀ ମନ୍ଦିର ନିକଟ ପିଲାସାଲୁଙ୍କି ନଦୀକୁ ମାଛ ଧରିବାକୁ ଯାଇଥିଲେ। ନଦୀରେ ବୋମା ଫୁଟାଇ ମାଛ ମାରିିଥାନ୍ତେ। ହେଲେ ନଦୀରେ ବୋମା ଫୁଟାଇବା ପୂର୍ବରୁ ତାହା ଜଗନ୍ନାଥଙ୍କ ହାତରେ ଫୁଟି ଯାଇଥିଲା। ଫଳରେ ତାଙ୍କ ଡାହାଣ ପାପୁଲି ସହ ମୁହଁ ଓ ଦେହରେ ଗୁରୁତର ଆଘାତ ଲାଗିଛି।