ମାଛ ମାର୍କେଟରେ ସାମାଜିକ ଦୂରତା ରଖୁନାହାନ୍ତି ଲୋକେ

ବନ୍ତ,୧୯।୪(ଡି.ଏନ୍‌.ଏ.)-କରୋନା ମହାମାରୀକୁ ରୋକିବା ପାଇଁ ସରକାର ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକ ମାନେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟରେ ସେହିଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖାଯାଉଛି। ଭଦ୍ରକ ଜିଲା ବନ୍ତ ସାପ୍ତାହିକ ହାଟର ମାଛ ମାର୍କେଟରେ ଲୋକ ମାନେ ଯଥା ପୂର୍ବଂ ତଥା ପରଂ ଭଳି ଚିରାଚରିତ ଢଙ୍ଗରେ ମାଛ କିଣୁଥିବା ଦେଖାଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଉପାୟରେ ସଚେତନ କରାଯିବା ସହ ଲୋକ ମାନଙ୍କୁ ବାରମ୍ବାର ତାଗିଦ୍‌ କରାଯାଉଛି। ତଥାପି ଲୋକ ମାନେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସାମାଜିକ ଦୂରତାକୁ ଭୁଲି ଯାଉଛନ୍ତି। ଫଳରେ ସରକାରଙ୍କର ସବୁ କଟକଣା ସତେ ଯେପରି ବେକାର ବୋଲି ମନେ ହେଉଛି।