Categories: ଖେଳ

ମାଞ୍ଚେଷ୍ଟରରେ ଭାରତଠାରୁ ପରାଜିତ ହୋଇଥିଲା ପାକିସ୍ତାନ: ସମାଲୋଚନା ଯୋଗୁଆତ୍ମହତ୍ୟା କରିବାକୁ ଚାହିଁଥିଲେ କୋଚ୍‌ ମିକି ଆର୍ଥର

ଲଣ୍ଡନ,୨୫ା୬ (ପି.ଟି.)-ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜୟ ପରେ ପାକିସ୍ତାନ ମୁଖ୍ୟ କୋଚ୍‌ ମିକି ଆର୍ଥର ଆତ୍ମହତ୍ୟା କରିବା ଲାଗି ବିଚାରିଥିଲେ ବୋଲି ପ୍ରକାଶ କରିଛନ୍ତି। ଜୁନ୍‌ ୧୬ରେ ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ମ୍ୟାଚରେ ଭାରତଠାରୁ ୮୯ ରନରେ ପରାଜୟ ପରେ ପାକିସ୍ତାନ ଦଳକୁ ମିଡିଆ, ସମର୍ଥକ ଏବଂ ପୂର୍ବତନ କ୍ରିକେଟରମାନଙ୍କ ଦ୍ୱାରା କଟୁ ସମାଲୋଚନାର ପାତ୍ର ହୋଇଥିଲା। ଗତ ରବିବାର ମୁଁ ଆତ୍ମହତ୍ୟା କରିବା ଲାଗି ଭାବିଥିଲି, ମାତ୍ର ବିଭିନ୍ନ ଦିଗରୁ ବିଚାର କରି ନିଷ୍ପତ୍ତିର ପରିବର୍ତ୍ତନ କରିଥିଲି ବୋଲି ଆର୍ଥର ଏଠାରେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଏହାର ପରବର୍ତ୍ତୀ ଗେମ୍‌ ଜିତିବା ଦ୍ୱାରା ପାକିସ୍ତାନର ସେମିଫାଇନାଲ ଆଶା ଉଜ୍ଜୀବିତ ହୋଇଛି। ପାକିସ୍ତାନ ଯଦି ଏହାର ଅବଶିଷ୍ଟ ତିନୋଟି ମ୍ୟାଚରେ ବିଜୟ ହାସଲ କରେ ଏବଂ ଅନ୍ୟ ଟିମ୍‌ଗୁଡ଼ିକର ମ୍ୟାଚ ଫଳାଫଳ ଏହା ସପକ୍ଷରେ ଯାଏ ତେବେ ସେମିଫାଇନାଲ ଯିବା ପକ୍କା ହୋଇଯିବ। ପାକିସ୍ତାନ ଏହାର ପରବର୍ତ୍ତୀ ତିନୋଟି ମ୍ୟାଚ ୧୯୯୨ ବିଜେତା ତଥା ଟେବୁଲ ଟପ୍ପର ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଏବଂ ବାଂଲାଦେଶ ବିପକ୍ଷରେ ଖେଳିବ। ଆର୍ଥର କହିଛନ୍ତି, ପରବର୍ତ୍ତୀ ତିନୋଟି ମ୍ୟାଚରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି।

Share