ମାଟିତଳୁ ଦେଢ଼ମାସ ଶିଶୁର ମୃତଦେହ ଜବତ କଲା ପୋଲିସ

ଭଦ୍ରକ ଅଫିସ,୯।୯ : ସୋମବାର ସକାଳୁ ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ପୋଲିସ ଗେଲଟୁଆ ନୂଆସାହିରୁ ଦେଢ଼ମାସର ଶିଶୁପୁତ୍ରର ଗଳିତ ମୃତଦେହକୁ ସାଇଣ୍ଟିଫିକ୍‌ ଟିମ୍‌ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ ମାଟିତଳୁ ଖୋଳି ଜବତ କରିଛି। ସୂଚନା ଅନୁଯାୟୀ, ସ୍ବାମୀ ଟୁକୁ ମୁଣ୍ଡI ଓ ସ୍ତ୍ରୀ ନନ୍ଦିନୀ ମୁଣ୍ଡା ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ସ୍ବାମୀ ଟୁକୁ ମଦ୍ୟପାନ କରୁଥିବାରୁ ଏନେଇ ଦୁହିଁଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଗତ ଅଗଷ୍ଟ ୩୦ ତାରିଖ ରାତିରେ ମଦନିଶାରେ ଟୁକୁ ନିଜ ଦେଢ଼ ମାସର ପୁଅକୁ ମାରି ଘର ନିକଟରେ ପୋତି ଦେଇଥିବା ନେଇ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ ସହ ତଦନ୍ତ ଆରମ୍ଭ କରିଛି।