Categories: ଜାତୀୟ

ମାଟି କ୍ୟାରମ୍‌ ବୋର୍ଡରେ ଖେଳୁଥିବା ପିଲାଙ୍କ ଭିଡ଼ିଓକୁ ସୋସିଆଲ୍‌ ମିଡ଼ିଆରେ ଭାଇରାଲ କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୨।୧୦: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟୁଇଟରରେ ଏକ ଫଟୋ ଅପ୍‌ଲୋଡ୍‌ କରିଛନ୍ତି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ୫ ଜଣ ଛୋଟ ପିଲା କାଦୁଆରେ ଲିପା ହୋଇ ତିଆରି ହୋଇଥିବା ଏକ କ୍ୟାରମ୍‌ ବୋର୍ଡରେ ଖେଳୁଛନ୍ତିି। ଏହାକୁ ନେଇ ଆନନ୍ଦ ବେଶ୍‌ ଭାବୁକ ହୋଇଯାଇଛନ୍ତି। ସେ କହିଛନ୍ତି ଏଭଳି ସୃଜନଶୀଳ ଚିନ୍ତାଧାରା ଭାରତରେ ହିଁ ଦେଖିବାକୁ ମିଳିଥାଏ। ଏଥିରୁ ଅନେକ ପ୍ରେରଣା ମିଳିଛି ବୋଲି ସେ କହିଛନ୍ତି। ଇତିମଧ୍ୟରେ ଏହାକୁ ୮ ହଜାରରୁ ଅଧିକ ଲାଇକ୍‌ ମିଳିଥିବାବେଳେ ବହୁ କମେଣ୍ଟ ମଧ୍ୟ ମିଳିଛି। ସୂଚନାଯୋଗ୍ୟ, ଏହି ଫଟୋଟି ଶୁକ୍ରବାର ଅପଲୋଡ୍‌ କରାଯାଇଛି।

Share