Advertisement

ମାଟି ତଳୁ ମିଳିଲା ଦେଢ଼ କିଲୋଗ୍ରାମ୍‌ ଓଜନର ସୁନା ଖଣ୍ଡ: ମୂଲ୍ୟ ୭୦ ଲକ୍ଷ

ସିଡ୍‌ନୀ, ୨୫।୫: ଅଷ୍ଟ୍ରେଲିଆ ପଶ୍ଚିମ ଅଞ୍ଚଳରେ ଥିବା କାଲଗୁର୍ଲିଠାରେ ମାଟିତଳୁ ଦେଢ଼ କିଲୋଗ୍ରାମ୍‌ ଓଜନର ଏକ ସୁନା ଖଣ୍ଡ ମିଳିଛି। ଏଠାରେ ଥିବା ସୁନା ଖଣିଠାରୁ କିଛି ଦୂରରେ ଜଣେ ବ୍ୟକ୍ତି ମେଟାଲ ଡିଟେକ୍ଟର ସହାୟତାରେ ଏହା ପାଇଥିବା କୁହାଯାଉଛି। ଏହି ସୁନା ଖଣ୍ଡର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ମେଟାଲ ଡିଟେକ୍ଟରର ସୂଚନା ଅନୁସାରେ ବ୍ୟକ୍ତି ଜଣକ ମାଟି ଖୋଳିବା ଆରମ୍ଭ କରିଥିଲେ। ପ୍ରାୟ ଅଧାମିଟର ମାଟି ତଳେ ସୁନାଖଣ୍ଡ ପୋତି ହୋଇଥିବା ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି। ଏବେ ଏହି ସୁନାଖଣ୍ଡର ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ତେବେ ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନାକୁ ଗୁପ୍ତ ରଖାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share