ମାଟି ତଳୁ ମିଳିଲା ୧୨ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା

ଜେରୁଜେଲମ୍‌,୨।୧: ଇସ୍ରାଏଲର ୟଓ୍ବନ ସହରରୁ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା କରାଯାଉଥିବା ଏକ ଖନନ ସମୟରେ ୧୨ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା ମିଳିଛି। ଏକ ଛୋଟ ମାଟି ପାତ୍ରରେ ସ୍ବର୍ଣ୍ଣମୁଦ୍ରା ଗୁଡ଼ିକ ଭର୍ତ୍ତି ହୋଇ ରହିଥିବା ସ୍ଥାନୀୟ ଆଣ୍ଟିକ୍ୱିଜ୍‌ ଅଥରିଟି ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଅଧିକ ପରୀକ୍ଷା ନିରୀକ୍ଷା ଜାରି ରହିଛି। ସ୍ବର୍ଣ୍ଣମୁଦ୍ରାଗୁଡ଼ିକ ଇସଲାମିକ୍‌ ଯୁଗର ପ୍ରାରମ୍ଭିକ ସମୟରେ ପ୍ରଚଳିତ ହେଉଥିଲା ବୋଲି ଅନୁମାନ କରାଯାଉଛି। ଏଠାରେ ୧୨ ଶହ ବର୍ଷ ତଳେ ବ୍ୟବସାୟ ବାଣିଜ୍ୟ ହେଉଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୁହାଯାଇଛି। କେହି ହୁଏତ ସଞ୍ଚୟ ଉଦ୍ଦେଶ୍ୟରେ ଛୋଟ ମାଟି ପାତ୍ରରେ ସ୍ବର୍ଣ୍ଣମୁଦ୍ରାଗୁଡ଼ିକୁ ରଖିଥିବା ଅନୁମାନ କରାଯାଉଛି।

Share