ମାଟି ବୋହିଲେ ସୁନ୍ଦରଗଡ଼ ଉପଜିଲାପାଳ

ଲହୁଣୀପଡା,୯।୬(ଡି.ଏନ.ଏ.)-କରୋନା କଟକଣା ଯୋଗୁ କାମଧନ୍ଦା ପାଉ ନ ଥିବା ଗରିବ ଖଟିଖିଆ ଓ ପ୍ରବାସୀ ଶ୍ରମିକମାନଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସାମିଲ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ା ଏହି ପରିପ୍ରେକ୍ଷୀରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ଏକ ସର୍ଭେ କରାଯାଇଥିଲା । ଏହି ଯୋଜନାରେ କେଉଁ ପରିବାର ସାମିଲ ହୋଇପାରିବେ ତାକୁ ଆଖିଆଗରେ ରଖି ସୁନ୍ଦରଗଡ଼ ଜିଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ଶଙ୍ଖପୋଷ ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ ଉଦ୍‌ଘାଟନ ହୋଇଥିଲା । ଏଥିରେ ଉପଜିଲାପାଳ ପ୍ରଦୀପ ଡାଙ୍ଗ, କନିଷ୍ଠ ଯନ୍ତ୍ରୀ ଜେନାମଣି ପାଣ୍ଡେ, ଏସ୍‌ଜିୟୁପି ନିର୍ଦ୍ଦେଶକ ଶ୍ୟାମସୁନ୍ଦର ରାଉତଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶଙ୍ଖପୋଷ ପଞ୍ଚାୟତର ରେଙ୍ଗାଲବେଡା, ଅର୍ଜୁନଚୁଆଁ ଭାଲିଆଡିହି ଗ୍ରାମର ୫୬ ପରିବାର ଏହି ଯୋଜନାରେ ସାମିଲ ହୋଇଥିଲେ । ଖୋଦ୍‌ ଉପଜିଲାପାଳ ପ୍ରଦୀପ ଡାଙ୍ଗ ମାଟି ବୋହି ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ । ସେହିଭଳି ଗୁରୁଣ୍ଡିଆ ବ୍ଲକର ସାପଲତା, ଜଗନ୍ନାଥପ୍ରସାଦ, ଯୋଡାଲୟ ଆଦି ଗ୍ରାମର ୬୫ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି ।