ମାଟୋଆ ନିର୍ବାଚନ: ନାମାଙ୍କନପତ୍ର ଦାଖଲ ଶେଷ

ଯୋଡ଼ା, ୧।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏଶନ(ମାଟୋଆ)ର ଆଗାମୀ ନିର୍ବାଚନ ନିମନ୍ତେ ଶୁକ୍ରବାର ଶେଷ ପଯର୍ର୍‌ୟାୟରେ ଜଣେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସଂଘର ସମ୍ପାଦକ ଆସନ ପାଇଁ ମହେଶ କୁମାର ସିଂ ତାଙ୍କର ଶତାଧିକ ସମର୍ଥକଙ୍କ ସହ ମାଟୋଆ କାର୍ଯ୍ୟାଳୟକୁ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ନିର୍ବାଚନରେ ସମୁଦାୟ ୧୧ ପ୍ରାର୍ଥୀ ବିଭିନ୍ନ ଆସନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଆସନ୍ତା ଶନିବାର ଅର୍ଥାତ୍‌ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଆସନ୍ତା ୩ରୁ ୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ୫ରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ସେହିଭଳି ୯ ତାରିଖରେ ଭୋଟ ଗ୍ରହଣ ପରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।