Advertisement

ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ

ଭୁବନେଶ୍ୱର, ୬।୨(ବ୍ୟୁରୋ): ଆଗକୁ ମାଟ୍ରିକ୍‌ ପରୀକ୍ଷା। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସବୁଥର ପ୍ରଶ୍ନପତ୍ର ଭାଇରାଲ ଏକ ବଡ଼ ଚ୍ୟାଲେଞ୍ଜ ହେଉଥିବା ବେଳେ ଚଳିତ ବର୍ଷ ଏଭଳି କିଛି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ଭାଇରାଲ ହେଲେ ସମ୍ପୃକ୍ତ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଭାଇରାଲ ନ ହେବା ଲାଗି ପ୍ରଶ୍ନ୍ନପତ୍ରରେ କୋଡିଂ ବ୍ୟବସ୍ଥା ହୋଇଛି। ଏଥର ପ୍ରଶ୍ନପତ୍ର ଭାଇରାଲ ହେବନାହିଁ ବୋଲି ଆଶା କରୁଥିବା ସେ କହିଛନ୍ତି।

ପ୍ରକାଶ ଯେ, ଆସନ୍ତା ୧୯ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ ୧୨.୩୦ ପର୍ଯ୍ୟନ୍ତ ପରୀକ୍ଷା ହେବାକୁ ଥିବାବେଳେ ପରୀକ୍ଷାର୍ଥୀଙ୍କୁ ଗଣିତ ପରୀକ୍ଷା ଦିନ ଅଧିକ ୧୫ ମିନିଟ ସମୟ ମିଳିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share