ମାଟ୍ରିକ ଖାତାଦେଖା ଦିନେ ଘୁଞ୍ଚିଲା

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ସମ୍ଭାବ୍ୟା ବାତ୍ୟା ‘ଅମ୍ଫନ’ ପାଇଁ ମାଟ୍ରିକ ଖାତାଦେଖା ଘୁଞ୍ଚାଇ ଦିଆଯାଇଛି। ମେ’ ମାସ ୨୦ ପରିବର୍ତ୍ତେ ମେ’ ୨୧ରୁ ମାଟ୍ରିକ ଖାତାଦେଖା ହେବ। ସୋମବାର ଲୋକସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଘରକୁ ୧୦ କିମି ଭିତରେ ମାଟ୍ରିକ ଖାତା ଦେଖିବେ ଶିକ୍ଷକ। ୬୦ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତାର ମୂଲ୍ୟାୟନ ହେବ। ସେହିପରି ଯୁକ୍ତ ୨ ବାକିଥିବା ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ସରିବ। ଜୁନ୍‌ ୧ରୁ ଖାତାଦେଖା ହେବ ବୋଲି ମନ୍ତ୍ରୀ ଦାଶ ସୂଚନା ଦେଇଛନ୍ତି।

Share