ମାଟ୍ରିକ ଖାତାଦେଖା ସ୍ଥଗିତ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ମହାବାତ୍ୟା ଅମ୍ଫନ ପାଇଁ ସ୍ଥଗିତ ହେଲେ ମାଟ୍ରିକ ଖାତାଦେଖା। ଖାତାଦେଖା ସ୍ଥଗିତ ନେଇ ମଙ୍ଗଳବାର ସ୍କୁଲ ଓ ଗଣାଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତେବେ ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ମେ ୨୧ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇଥାନ୍ତା। ଏନେଇ ସୋମବାର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ମେ ୨୦ରୁ ଖାତାଦେଖା ହେବାକୁ ନେଇ ଥରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ମହାବାତ୍ୟା ଅମ୍ଫନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Share