ମାଟ୍ରିକ ଖାତା ମୂଲ୍ୟାୟନ ପ୍ରସଙ୍ଗ: ବଢ଼ିବ କେନ୍ଦ୍ର, ପରୀକ୍ଷକଙ୍କ ସଂଖ୍ୟା

ଭୁବନେଶ୍ୱର,୨୫।୪(ବ୍ୟୁରୋ): କରୋନାକୁ ନେଇ ଜାରି ରହିଥିବା ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ମାଟ୍ରିକ ଖାତା ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା। ଏହା ପୁନଃ ଆରମ୍ଭ ହେବା ନେଇ ଶନିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମଣ ଲାଗି ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତା ଅବଲମ୍ବନ କରାଯିବ। ସାମାଜିକ ଦୂରତ୍ୱ ପାଇଁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ମଧ୍ୟ ବଢ଼ାଯିବ। ଏଥିସହ ଖାତା ମୂଲ୍ୟାୟନକାରୀଙ୍କ ସଂଖ୍ୟା ମଧ୍ୟ ଅଧିକ କରାଯିବ। ଓ୍ବେଟିଂ ଲିଷ୍ଟରେ ଥିବା ପରୀକ୍ଷକଙ୍କୁ ଖାତା ଦେଖା ଲାଗି ଡକାଯିବ।ଖାତାଦେଖା ଆରମ୍ଭର ୪୫ ଦିନ ଭିତରେ ରେଜଲ୍ଟ ବାହାରିବ ବୋଲି ସେ କହିଛନ୍ତି।

Share