ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

ବସ୍ତା, ୨୧।୫(ସ୍ବ.ପ୍ର.)-ମଙ୍ଗଳବାର ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ। ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବାଲେଶ୍ୱର ଜିଲା ବସ୍ତା ଥାନା ପଣ୍ଡରୁଙ୍ଗି ଗ୍ରାମର ଜଣେ ଦଶମ ଶ୍ରେଣୀର ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ଅନନ୍ତ ସେଠୀଙ୍କ ପୁଅ ଶଙ୍କର୍ଷଣ ସେଠୀ ଗ୍ରାମ ନିକଟସ୍ଥ ସଦର ବ୍ଲକ ମାଣ୍ଡୁରୁକୁଲାସ୍ଥିତ ଗାନ୍ଧିଜୀ ନୋଡ଼ାଲ ହାଇସ୍କୁଲରେ ପଢୁଥିଲେ। ପରୀକ୍ଷା ଫଳ ବାହାରି ସାରିବା ପରେ ତାଙ୍କର ମାର୍କ ଆଶାନୁରୂପକ ହୋଇ ନ ଥିଲା । ଫଳରେ ସେ ମାନସିକ ଚାପର ବଶବର୍ତ୍ତୀ ହୋଇ ମଙ୍ଗଳବାର ବିଷ ପିଇ ଆମତ୍ହତ୍ୟା ଉଦ୍ୟମ କରି ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ଜାଣିପାରି ତାଙ୍କୁ ତୁରନ୍ତ ବସ୍ତା ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ ା ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।