ମାଟ୍ରିକ ପରୀକ୍ଷା ଫଳ: ସରକାରୀ ଅପେକ୍ଷା ବେସରକାରୀ ବିଦ୍ୟାଳୟ ଛାତ୍ରୀଛାତ୍ର ଆଗରେ

ପାଟଣା,୨୨।୫(ସ୍ବ.ପ୍ର.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ପାଟଣା ବ୍ଲକ ସରକାରୀ ବିଦ୍ୟାଳୟର ପରୀକ୍ଷା ଫଳ ଖରାପ ରହିଥିବା ବେଳେ ବେସରକାରୀ ବିଦ୍ୟାଳୟର ଫଳ ଭଲ ହୋଇଛି। ପାଟଣାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଜୟନ୍ତ କୁମାର ମହାନ୍ତ ବ୍ଲକରେ ସର୍ବାଧିକ ୫୪୦ ନମ୍ବର ରଖି ଏ-୧ ଗ୍ରେଡ୍‌ରେ ବ୍ଲକ ଟପ୍ପର ହୋଇଛନ୍ତି। ସେ ହେଉଛନ୍ତି ନୂଆପଡା ଗ୍ରାମର ଶିକ୍ଷକ ଭଦ୍ରୁନାଥ ମହାନ୍ତଙ୍କ ପୁଅ। ଏହି ସଫଳତାର ଶ୍ରେୟ ସେ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଦେଇଛନ୍ତି। ବିଦ୍ୟାଳୟର ମୋଟ ୫୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତେ ପାସ କରିଛନ୍ତି। ଏ-୧ ଗ୍ରେଡ୍‌ରେ ଜଣେ ଛାତ୍ର ପାସ କରିଥିବା ବେଳେ ଏ-୨ରେ ୧୦ ଛାତ୍ରୀଛାତ୍ର ପାସ କରିଛନ୍ତି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୃରୁମୁଙ୍ଗାରେ ୩୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତ ଛାତ୍ରୀଛାତ୍ର ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏ-୨ ଗ୍ରେଡ୍‌ରେ ୪ଜଣ ରହିଛନ୍ତି। ଜିଏନ୍‌ ହାଇସ୍କୁଲର ୭୧ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪୮ଜଣ ପାସ କରିଥିବା ବେଳେ ଜଣେ ଛାତ୍ର ଏ-୨ ଗ୍ରେଡ୍‌ରେ ପାସ କରିଛନ୍ତି। ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ବାମପାଟଣାରେ ମୋଟ ୪୮ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୬ଜଣ ପାସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପଞ୍ଚାୟତ ରାଜ ଦିବସରେ ହିତାଧିକାରୀଙ୍କୁ ମିଳିଲା ନୂତନ ରାଶନ କାର୍ଡ

କର୍ଲାମୁଣ୍ଡା,୨୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଡ଼ିଓ ଦେବେନ୍ଦ୍ର...

“ସେନାର ଆବଶ୍ୟକତା ନାହିଁ, ଆତଙ୍କବାଦୀଙ୍କୁ ଆମ ହାତରେ ଦେଇଦିଅ”: ମୃତ ଘୋଡ଼ା ଚାଳକଙ୍କ ମାଉସୀ

ନୂଆଦିଲ୍ଲୀ,୨୪।୪: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କେବଳ ଜଣେ ସ୍ଥାନୀୟ ବ୍ୟକ୍ତି, ସୟେଦ ଆଦିଲ ହୁସେନଙ୍କର ମୃତ୍ୟୁ ଘଟିଛି। ଆଦିଲ ପର୍ଯ୍ୟଟକମାନଙ୍କୁ...

Pahalgam Terror Attack: କେମିତି ଥିଲା ଆତଙ୍କବାଦୀଙ୍କ ଚେହେରା, କୁନି ପୁଅ ବଖାଣିଲା…

ଶ୍ରୀନଗର,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ଅଳ୍ପକେ ରକ୍ଷା ପାଇଥିବା ଲୋକଙ୍କ ଦୁଃଖର କାହାଣୀ ବିଶ୍ୱକୁ ଶୁଣାଉଛନ୍ତି। ଏହି Terror...

ଡାଇବେଟିସ୍‌ ରୋଗୀ ଖାଇପାରିବେ କି ତରଭୁଜ: ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଗ୍ରୀଷ୍ମ ଋତୁରେ ପ୍ରାୟ ସବୁଠାରେ ତରଭୁଜ ବିକ୍ରି ହେଉଥିବା ଦେଖିବାକୁ ମିଳେ। ଏହା କେବଳ ସ୍ବାଦରେ ମିଠା ନୁହେଁ ବରଂ ଶରୀରକୁ ଥଣ୍ଡା ମଧ୍ୟ କରିଥାଏ।...

ଦୀର୍ଘ ୩ ଦିନ ପରେ ପାଗଳ ମାଙ୍କଡ଼କୁ କାବୁ କଲା ବନ ବିଭାଗ

ଗଞ୍ଜାମ,୨୪ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ। ଗତ ମଙ୍ଗଳବାର...

ତୁମୁଡିବନ୍ଧରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ: ସଭା କାର୍ଯ୍ୟରେ ଫାଙ୍କା ପଡ଼ିଲା ଚୌକି

ତୁମୁଡିବନ୍ଧ,୨୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ପ୍ରଶାସନ ପକ୍ଷରୁ ଗୁରୁବାର ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ହେଲେ ଅଳ୍ପ ସଂଖ୍ୟକ...

Pahalgam Terror Attack: କିଛି ତ ବଡ଼ ଘଟଣା ଘଟିବ…? ବର୍ଡରରେ ଆଲର୍ଟ, ଦିଲ୍ଲୀରେ ହାର୍ଡ ଲେଭଲ ମିଟିଂ, ଶ୍ରୀନଗର ଯିବେ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୪।୪: Pahalgam Terror Attack ପରେ, ଭାରତ ସରକାର ଆକ୍ସନ ମୋଡରେ ଅଛନ୍ତି। ଭାରତ-ପାକିସ୍ତାନ ସୀମା ମଧ୍ୟ ସତର୍କ ରହିଛି। ଏବେ ଭାରତୀୟ ସେନା ମୁଖ୍ୟ...

Pahalgam Attack Response: ସେହି ଲାଲ ଫାଇଲ.. ଶାହା-ଜୟଶଙ୍କର ରାଷ୍ଟ୍ରପତିଙ୍କୁ ଭେଟି ଦେଲେ ପାକିସ୍ତାନ ଓ୍ବଂସର ପ୍ଲାନ?

ନୂଆଦିଲ୍ଲୀ,୨୪।୪: ସେହି ଲାଲ ଫାଇଲଟି ଶେଷରେ ରାଷ୍ଟ୍ରପତି ଭବନରେ ପହଞ୍ଚିଲା। ଗୁରୁବାର ସାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image