ମାଟ୍ରିକ ପରୀକ୍ଷା: ମିଳିଲା ଆଡ୍‌ମିଟ୍‌ କାର୍ଡ

କଟକ ଅଫିସ,୭।୨: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା, ମଧ୍ୟମା ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଆସନ୍ତା ୧୯ରୁ ଆରମ୍ଭ ହେବ। ଏଥିନିମନ୍ତେ ଆଡ୍‌ମିଟ କାର୍ଡ ଗୁରୁବାରଠାରୁ ମିଳିଛି। ବୋର୍ଡ କର୍ତ୍ତୃପକ୍ଷ ନିଜସ୍ବ ୱେବ୍‌ସାଇଟ୍‌ରେ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଅପ୍‌ଲୋଡ କରିଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ୟୁଜର ଆଇଡି ଓ ପାସ୍‌ୱାର୍ଡ ଦେଇ ଛାତ୍ରୀଛାତ୍ରଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ସୂଚନାଯୋଗ୍ୟ, ଉପରୋକ୍ତ ତିନୋଟି ପରୀକ୍ଷା ଗୋଟିଏ ଦିନରେ ଆରମ୍ଭ ହେବ।

Share