ମାଟ୍ରିକ ପରୀକ୍ଷା: ୬ରୁ ମିଳିବ ଆଡ୍‌ମିଟ୍‌ କାର୍ଡ

କଟକ ଅଫିସ,୨।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା, ମଧ୍ୟମା ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଆସନ୍ତା ୧୯ରୁ ଆରମ୍ଭ ହେବ। ଏଥି ନିମନ୍ତେ ଆଡ୍‌ମିଟ କାର୍ଡ ଆସନ୍ତା ୬ ତାରିଖରୁ ମିଳିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ବୋର୍ଡର ନିଜସ୍ବ ୱେବ୍‌ସାଇଟ୍‌ରେ ସ୍କୁଲ କର୍ତ୍ତୃପକ୍ଷ ୟୁଜର ଆଇଡି ଓ ପାସ୍‌ୱାର୍ଡ ଦେଇ ଛାତ୍ରୀଛାତ୍ରଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ଉପରୋକ୍ତ ତିନୋଟି ପରୀକ୍ଷା ଗୋଟିଏ ଦିନରେ ଆରମ୍ଭ ହେବ। ଏ ନେଇ ବୋର୍ଡ ସଭାପତି ରାମାଶିଷ ହାଜରା କୁହନ୍ତି, ଆସନ୍ତା ୬ କିମ୍ବା ୭ ତାରିଖରେ ଆଡ୍‌ମିଟ୍‌ କାର୍ଡ ମିଳିବ। ଏ ନେଇ ୱେବ୍‌ସାଇଟରେ ଆଡ୍‌ମିଟ୍‌ କାର୍ଡ ଅପଲୋଡ ଚାଲିଛି। ୫ ଲକ୍ଷ ୬୦ହଜାର ପରୀକ୍ଷାର୍ଥୀ ଚଳିତବର୍ଷ ବୋର୍ଡ ପରୀକ୍ଷା ଦେବେ ବୋଲି ସଭାପତି ହାଜରା କହିଛନ୍ତି।

Share