Categories: ଜାତୀୟ

ମାଡ଼ିଆସୁଛି ବାତ୍ୟା ‘ମହା’

ଚେନ୍ନାଇ, ୧।୧୧(ପି.ଟି.):ଆରବସାଗରରେ ମାଡ଼ିଆସୁଛି ବାତ୍ୟା‘ମହା’। ଏହା ଲାକ୍ଷାଦ୍ୱୀପ ମୁହାଁ ହେଉଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଘଣ୍ଟାପ୍ରତି ୧୧୦ କି.ମି. ବେଗରେ ପବନ ବହିବା ସହ ବର୍ଷା ଲାଗିରହିବ। ଦକ୍ଷିଣ-ପୂର୍ବ ଆରବ ସାଗର ଅଞ୍ଚଳ ଓ ଲାକ୍ଷାଦ୍ୱୀପରେ ଏହା ତାଣ୍ଡବ ରଚିବାର ଆଶଙ୍କା କରାଯାଉଛି। ସମୁଦ୍ରରେ ୧ ମିଟରରୁ ଊର୍ଦ୍ଧ୍ୱ ଜୁଆର ଏହି ସମୟ ମଧ୍ୟରେ ଦେଖାଦେବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ଲାଗି ବାରଣ କରାଯାଇଛି। ବାତ୍ୟା ପ୍ରଭାବରେ ଲାକ୍ଷାଦ୍ୱୀପ, ତାମିଲନାଡ଼ୁ, ପୁଡୁଚେରୀରେ ୨୪ ଘଣ୍ଟାକାଳ ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି।

Share