ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବସୀ ଭୟଭିତ ଅବସ୍ଥାରେ ଅଛନ୍ତି। ଦୈନିକ ଜଳପତନ ବୃଦ୍ଧି ହେତୁ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଛି। ଏଥିପାଇଁ ବିପଦରେ ପଡିଛି ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମ। ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର କୂଳ ନିକଟରେ ରହିଥିବାରୁ ସମୁଦ୍ର କୂଳ ଲଙ୍ଘୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ। ଗୁରୁବାର ଉଚ୍ଚ ଜୁଆର ହେତୁ କେ.ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ମତ୍ସ୍ୟଜୀବୀଙ୍କ ପାଇଁ ନିର୍ମିତ ଏକ ସେଡ୍‌ (ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳି) ଭାଙ୍ଗି ସମୁଦ୍ରରେ ଲିନ ହୋଇଯାଇଛି। ଏହାର ଅତିନିକଟରେ କିଛି ଘରଥିବାରୁ ବସବାସ କରୁଥିବା ପରିବାର ଭୟଭିତ ଅବସ୍ଥାରେ ଅଛନ୍ତି। ଶୁକ୍ରବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର କେ.ଆର୍ଯ୍ୟପଲ୍ଲୀ,ସାନଆର୍ଯ୍ୟପଲ୍ଲୀ ଓ ବଡଆର୍ଯ୍ୟପଲ୍ଲୀ ଗ୍ରାମର କିଛି ବ୍ୟକ୍ତି ଶ୍ରୀ ଓଁକାରେଶ୍ୱର ମନ୍ଦିର ପରିସରରେ ଏକାଠି ହୋଇଥିଲେ। ଏହାର ସ୍ଥାୟୀ ପ୍ରତିକାର ସହ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା। ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବ ତେବେ ମାନଚିତ୍ରରୁ ଆର୍ଯ୍ୟପଲ୍ଲୀ ଲିଭିଯିବ ବୋଲି ଆଲୋଚନା ବେଳେ ମତ ପ୍ରକାଶ ପାଇଥିଲା। ଏନେଇ ସମ୍ପୃକ୍ତ ବ୍ୟକ୍ତିମାନେ ଖୁବଶ୍ରୀଘ ଗଞ୍ଜାମ ଜିଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇ ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରମିକ ନେତା ପ୍ରଶାନ୍ତ କର କହିଛନ୍ତି। ଏହି ବୈଠକରେ ଏମ.ଗୁମାଲି, ଏମ.ଦିଲ୍ଲିପ, ଡବୁଲୁ ରାମେୟା, କାହ୍ନୁଚରଣ ବେହେରାଙ୍କ ସହ ମତ୍ସ୍ୟଜୀବୀମାନେ ଉପସ୍ଥିତ ଥିଲେ। ଏବେବି ଗ୍ରାମବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି। ଆଗକୁ ବଡ ଜୁଆର ଆସିଲେ ସେଠାରେ ଥିବା ଛୋଟ ଛୋଟ ମନ୍ଦିର ମଧ୍ୟ ସମୁଦ୍ରରେ ମିଶିଯିବ। ନିକଟରେ ଥିବା ଗାଁ ଭିତରକୁ ମଧ୍ୟ ସମୁଦ୍ରପାଣି ଆସିଯିବ ବୋଲି କେ.ଆର୍ଯ୍ୟପଲ୍ଲୀବାସୀ ପ୍ରକାଶ କରିଛନ୍ତି। ଗ୍ରାମବାସୀ କହିଛନ୍ତି ଯେ, ଜୁଆର ମାଡରେ ରାସ୍ତା ନଷ୍ଟ ହୋଇଗଲାଣି। ପୂର୍ବରୁ ସମୁଦ୍ର ଗ୍ରାମଠାରୁ ୨ କି.ମି. ଦୂରରେ ଥିଲା। ଏବେ ମାତ୍ର ଏକ ଶହରୁ ଦୁଇ ଶହ ମିଟର ଦୂରରେ ରହିଛି। ଏଯାବତ କୌଣସି ପ୍ରଶାସନିକ ଅଧିକାରୀ ଉକ୍ତ ଅଞ୍ଚଳ ପରିଦର୍ଶନ କରି ନ ଥିବା ଗ୍ରାମବାସୀ କହିଛନ୍ତି। ସୂଚନାଯୋଗ୍ୟ ଜୁଆର ମାଡ଼ରେ ବହୁ ଡଙ୍ଗା ମଧ୍ୟ ନଷ୍ଟ ହେଉଛି। ଡଙ୍ଗା ରଖିବାକୁ ଆବଶ୍ୟକୀୟ ସ୍ଥାନ ନ ଥିବାରୁ ମତ୍ସ୍ୟଜୀବୀମାନେ ଗୋଟିଏ ସ୍ଥାନରେ ରଖୁଛନ୍ତି। ଫଳରେ ଡଙ୍ଗାକୁ ଡଙ୍ଗା ମାଡ଼ ହୋଇ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ମଣ୍ଡିରୁ ଧାନ କିଣିପାରିବେନି…

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ଚଳିତ ଥର ମିଲରମାନେ ମଣ୍ଡିରୁ ଧାନ କିଣିପାରିବେନି। କେନ୍ଦ୍ରୀୟ ସଂସ୍ଥା କିମ୍ବା ସମବାୟ ସଂସ୍ଥା ମଣ୍ଡିରୁ ଧାନ କିଣିବେ। ଧାନ କ୍ରୟ ବ୍ୟବସ୍ଥାକୁ...

ବୁଦ୍ଧାଦିତ୍ୟଙ୍କ ନାଁରେ ଏଫଆଇଆର, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଲେଖିଲେ…

ଭୁବନେଶ୍ୱର,୧୮।୧୦: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଥାନାରେ ମାମଲା। କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଥାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri