ମାଡ଼ି ଆସୁଛି ବିପଦ: ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୨୦୨୭ରେ ହେବ ପୃଥିବୀ ମୁହାଁ

ଓ୍ବାଶିଂଟନ,୧୭।୮: ପୃଥିବୀ ପୃଷ୍ଠରୁ ୬୬ ନିୟୁତ ବର୍ଷ ତଳେ ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୧୯୯୦-ଏମ୍‌ୟୁ ଆସନ୍ତା ୨୦୨୭ରେ ପୃଥିବୀ ମୁହାଁ ହେବ। ଏବେ ଏହି ଗ୍ରହାଣୁ ସୂର୍ଯ୍ୟ ଚାରିପଟେ ଘୁରିବୁଲୁଛି। ୪ରୁ ୯ କିଲୋମିଟର ବ୍ୟାସ ଥିବା ଏହି ଗ୍ରହାଣୁ ୨୦୨୭ ଜୁନ୍‌ ୬ରେ ପୃଥିବୀର ନିକଟବର୍ତ୍ତୀ ହେବ। ପୂର୍ବରୁ ଏହା ପୃଥିବୀ ସହ ଧକ୍କା ଦେବା ସମୟରେ ଡାଇନୋସରସ୍‌ ଲୋପ ପାଇଥିଲେ। ଯଦି ଏହା ପୁଣି ଥରେ ପୃଥିବୀକୁ ଧକ୍କା ଦେବ ତେବେ ବହୁ କ୍ଷୟକ୍ଷତି ଘଟିବାର ଆଶଙ୍କା ଥିବା ନାସା ପକ୍ଷରୁ କୁହାଯାଇଛି।

Share