ମାଡ଼ି ଆସୁଥିବା ବିପଦକୁ ରୋକିବାର ଉପାୟ ପୃଥିବୀବାସୀଙ୍କ ହାତରେ: ବିଶ୍ୱତାପନ-ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବାର ରହିଛି ଆବଶ୍ୟକତା

ଓ୍ବାଶିଂଟନ,୨୨।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଏନେଇ ଲକ୍‌ ଡାଉନ୍‌ ଜାରି ହୋଇଛି। ତେବେ ଏହାର ସକାରାତ୍ମକ ପ୍ରଭାବ ପରିବେଶ ଉପରେ ପଡ଼ିଛି। ଯାନବାହାନ ଚଳାଚଳ ନ କରିବାରୁ ବାୟୁମଣ୍ଡଳରେ ଅମ୍ଳଜାନସ୍ତର ଅପେକ୍ଷାକୃତ ଭଲସ୍ଥିତିରେ ରହିଥିବା ଆମେରିକା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୃଥିବୀ ଉପରେ ମାଡ଼ିଆସୁଥିବା ବିପଦକୁ ରୋକିବାର ଉପାୟ ପୃଥିବୀବାସୀଙ୍କ ହାତରେ ହିଁ ରହିଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ମଣିଷ ନିଜ ହାତରେ ପରିବେଶର କ୍ଷତି କରିଚାଲିଛି। ଏହାଯୋଗୁ ବିଶ୍ୱତାପନ ବୃଦ୍ଧି ପାଉଛି। ଫଳରେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗଛି। ଏହାର ପ୍ରଭାବରେ ଆଣ୍ଟାର୍କଟିକାରେ ଥିବା ହିମପାହାଡ଼ ତରଳିବାରେ ଲାଗିଛି ବୋଲି ଜାତିସଂଘ ମହାସଚିବ ଆଣ୍ଟେନିଓ ଗ୍ଲୁଟେରସ୍‌ ସୂଚନା ଦେଇଛନ୍ତି। ଏହିଧାରା ଜାରି ରହିଲେ ଆଗାମୀ ଦିନରେ ପୃଥିବୀପୃଷ୍ଠର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପାଣିରେ ବୁଡ଼ିଯିବାର ଆଶଙ୍କା ରହିଛି। ଏଭଳି ବିପଦରୁ ପୃଥିବୀକୁ ଦୂରେଇ ରଖିବା ପାଇଁ ପ୍ରତି ପୃଥିବୀବାସୀ ସଚେତନ ହେବା ଜରୁରୀ। ନଚେତ୍‌ କରୋନାଠାରୁ ଅଧିକ ଭୟଙ୍କର ବିପଦ ପୃଥିବୀ ଉପରେ ମାଡ଼ିଆସିବ ବୋଲି ସେ କହିଛନ୍ତି।

Share